ପବିତ୍ର ଅକ୍ଷୟ ତୃତୀୟାର ଅବସରରେ


ତୋ ଜମି ରେ ଖଟାଇ ବଳ ଯୋଗାଇବି ସରୁ ଚାଉଳ,
ସେଇ ଚାଉଳରୁ ହୋଇବ ନିର୍ମାଲ୍ୟ ତାକୁ ଖାଇ ଭକ୍ତ ହେବେ ବାଇଆ
କାଳିଆ ରେ କାଳିଆ କାଳିଆ ରେ କାଳିଆ
ଏ ଜନମ ପରେ ଆର ଜନମ କୁ କରିବୁ ମତେ ତୋ ଜମି ହଳିଆ

ମହାପ୍ରଭୁଙ୍କ ପାଇଁ ବିଲରେ ଖଟି କୋଠ ଭୋଗ ପାଇଁ ଚାଉଳ ଯୋଗାଇବାରେ ବି ଏ ଓଡ଼ିଆ ଜାତିର କାହିଁ କେତେ ଗର୍ବ। ସେହିପରି ଶ୍ରୀକ୍ଷେତ୍ର ଦୟଣା ସେବା ଟ୍ରଷ୍ଟ ପକ୍ଷରୁ ବାଲିପାଟଣା ଅଞ୍ଚଳରେ ଟ୍ରଷ୍ଟ ର ସଦସ୍ୟ ଶ୍ରୀ ଅଜୟ କୁମାର ସେନାପତି, ନିଜ ବିଲରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଉତ୍ସର୍ଗ କରି କେତେକି ଜୋହା କିସମର ଚାଉଳ ପ୍ରସ୍ତୁତି ନିମନ୍ତେ ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଅକ୍ଷୀ ମୁଠି ଅନୁକୂଳ କରି ହଳ ଆରମ୍ଭ କରିଛନ୍ତି। ଟ୍ରଷ୍ଟ ତରଫରୁ ଶ୍ରୀ ସେନାପତି ଙ୍କୁ ଅଶେଷ ଅଶେଷ ସାଧୁବାଦ।

Our Instagram